ବିପୁଳ ପରିମାଣର ମଦ ଜବତ,୩ ଗିରଫ

ବରଗଡ଼: ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଂଚଳରେ ବେଆଇନ ଭାବେ ହେଉଥିବା ମଦ ବିକ୍ରି ଉପରେ ଆଇବି ସମ୍ବଲପୁର , ଅବକାରୀ ବିଭାଗ ବରଗଡ ଓ ପଦ୍ମପୁରର ମିଳିତ ଭାବରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛନ୍ତି । ଏଥିରେ ସଂପୃକ୍ତି ଅଭିଯୋଗରେ ଗାଇସିଲେଟ ଥାନା ଗୌରେନମୁଣ୍ଡାର ହର୍ଷବର୍ଦ୍ଧନ ଡୁଡୁକା , ଜଗଦଲପୁର ଥାନା ସରେଇକେଲାର ଚନ୍ଦ୍ରମଣି ବେହେରା ଏବଂ ପଦ୍ମପୁରର ମୁରାରୀ ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଚଢାଉରେ ଇବି ଆଇବି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ହେମନ୍ତ ମହାନନ୍ଦିଆ , ବରଗଡ଼ ଅବକାରୀ ଆଇଆଇସି ଗୁପ୍ତେଶ୍ବର ପ୍ରଧାନ , ଆଇଆଇସି ରଶ୍ମିତା ଲେଙ୍କା , ପଦ୍ମପୁର ଅବକାରୀ ଥାନା ଅଧିକାରୀ ହେମକାନ୍ତ ସୁନା ଓ ଇବି ଆଇବି ସମ୍ବଲପୁର , ପଦ୍ମପୁର ଅବକାରୀ ଷ୍ଟାଫ ସହଯୋଗ କରିଥିଲେ ।

Comments are closed.