ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୩ ଗୃହରକ୍ଷୀ ମୃତ

ନବରଙ୍ଗପୁର -ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ନିକଟ ତଣ୍ଡାଗୁଡ଼ାରେ ଗାଡି ଓଲଟି ଯିବା ଯୋଗୁଁ ଘଟଣାସ୍ଥଳରେ ୩ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି ।

ଆହତମାନଙ୍କୁ ପାପଡ଼ାହାଣ୍ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନିର୍ବାଚନ ଡ୍ୟୁଟିରେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯିବା ବେଳେ ଦୁର୍ଘଟଣା ଘଟିଛି ।

Comments are closed.