ନକଲି ଡାକ୍ତର ରମେଶକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର – ଦିନକୁ ଦିନ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ବାବଦରେ ପୋଲିସ ହାତରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି । ଗୁମର ଖୋଲିବା ପାଇଁ ରମେଶକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୋଲିସ ।

ଅଧିକ ଖୋଳତାଡ଼ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିଁବେ ତାହେଲେ ପୋଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡ଼ିଛି ।

Comments are closed.