ରାଜ୍ୟରେ ଆଉ ୫୩୪ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଆଉ ୫୩୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୧୦ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୨୪ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୫୩୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୪୭ ଜଣ ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୯୩, ରାୟଗଡ଼ାରୁ ୩୨,ଯାଜପୁରରୁ ୨୬ ଗଜପତିରୁ ୨୪, ନୟାଗଡ଼ରୁ ୨୧ କୋରାପୁଟରୁ ୧୭ ,ସମ୍ବଲପୁରରୁ ୧୭ ବାଲେଶ୍ବରରୁ ୧୫, କଟକରୁ ୧୫,ମୟୂରଭଞ୍ଜରୁ ୧୪, କଳାହାଣ୍ଡିରୁ ୧୩ , ଅନୁଗୁଳରୁ ୧୧, ନୂଆପଡ଼ାରୁ ୧୦, ସୁବର୍ଣ୍ଣପୁରରୁ ୧୦,ବୌଦ୍ଧରୁ ୮, ବରଗଡ଼ରୁ ୮, କେନ୍ଦୁଝରୁ ୮,ପୁରୀରୁ ୮,ଭଦ୍ରକରୁ ୬, ଝାରସୁଗୁଡ଼ାରୁ ୬,
ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନବରଙ୍ଗପୁରରୁ ୫ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ
କନ୍ଧମାଳ ୪, ଢେଙ୍କାନାଳ ୩, ଗଞ୍ଜାମରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୨ ଏବଂ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ହଜାର ୯୮୯କୁ ବୃଦ୍ଧି ପାଇଛି । ଏଯାଏ ସୁସ୍ଥ ହେଲେଣି ୧୨ ଲକ୍ଷ ୬୫ ହଜାର ୮୪୩ ରୋଗୀ । ୭ ହଜାର ୯୯ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.