ଓଡ଼ିଶା ବିଧାନ ପରିଷଦ ଗଠନ ସଙ୍କଳ୍ପ ପାଇ ନ ଥିବା ପ୍ରସଙ୍ଗରେ ବାଚସ୍ପତିଙ୍କ ଚିଠି ପାଇଛି କେନ୍ଦ୍ର

ଭୁବନେଶ୍ୱର- ଓଡ଼ିଶା ବିଧାନ ପରିଷଦ ଗଠନ ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ପାଇନଥିବା ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ୨ଟି ଚିଠି କେନ୍ଦ୍ର ସରକାର ପାଇଛନ୍ତି । ଏନେଇ ବିଧାନସଭା ଅବଗତ ହୋଇଛି, ଗୋଟିଏ ଚିଠିରେ ୨୦୧୮ରେ ପଠାଯାଇଥିବା ସଂକଳ୍ପର ତଥ୍ୟ ଦିଆଯାଇଥିଲା ।

ଅନ୍ୟଟିରେ କେନ୍ଦ୍ର କାହିଁକି ଚିଠି ପାଇନି , ତାହାର ତଦନ୍ତ ଲାଗି ଲେଖାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି । ଓଡ଼ିଶା ବିଧାନ ପରିଷଦ ଗଠନ ନେଇ କୈ।ଣସି ପ୍ରସ୍ତାବ ଆସିନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଥିଲେ । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରତିକ୍ରିୟା ପ୍ରକାଶ କରିଥିଲେ ବାଚସ୍ପତି । ୨୦୧୮ ରେ ହିଁ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଥିବା ସେ ପ୍ରମାଣ ଦେଇଥିଲେ ।

Comments are closed.