୪୫ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର- ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ବିଶୃଙ୍ଖଳା ଓ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ବୁଥ୍‌ ଗୁଡ଼ିକରେ ପୁନଃ ଭୋଟ ଗ୍ରହଣ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୩ରେ ସାନି ମତଦାନ ହେବ । ୪୫ଟି ବୁଥରେ ହେବ ସାନି ମତଦାନ ।
୨୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ହେବ ମତଦାନ ।

ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

Comments are closed.