ଆଜି ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ କେଉଁ ଦୋକାନ କରିବା ଦ୍ୱାରା ଶୁଭ ଫଳ ଏବଂ ଉନ୍ନତି ହୋଇଥାଏ 

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ଵ ରହିଛି । କାରଣ ଆମର ରାଶି ଉପରେ ବାସ୍ତୁ ଶାସ୍ତ୍ରର ଖୁବ୍ ମହତ୍ତ୍ଵ ରହିଥାଏ । ଆମେ ନିଜର ଜୀବନ ଯାପନ ପାଇଁ ବ୍ୟବସାୟ କରୁ କିମ୍ବା ଅଫିସ୍ ଟିଏ କରୁ ଏହା ଆମକୁ ବାସ୍ତୁ ଅନୁସାରେ କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ । ପ୍ରଥମତଃ ଏହି ସବୁ ଦୋକାନ ଗୋଟିଏ ଭଲ ମାର୍କେଟ ରେ ହୋଇଥିବା ଆବଶ୍ୟକ । ତା ସହିତ ଏହି ଦୋକାନ ଠିକ୍ ସ୍ଥାନରେ ହୋଇଥିବା ଉଚିତ୍ ଓ ଠିକ୍ ଦିଗକୁ ଏହାର ମୁହଁ ହୋଇଥିବା ଆବଶ୍ୟକ ।

ପୂର୍ବ ମୂଖି ଦୋକାନ :–

ଯଦି ଆପଣଙ୍କ ଦୋକାନ ର ମୁହଁ ପୂର୍ବ ଦିଗକୁ ରହିଛି ତେବେ ଆପଣ ଖୁବ୍ ଭାଗ୍ୟ ଶାଳୀ । ସେଥିପାଇଁ ଆପଣ ଗୋଟିଏ ନିର୍ଦ୍ଧିଷ୍ଟ ସମୟରେ ଦୋକାନ ଖୋଲିବା ଆବଶ୍ୟକ ଓ ଯେତେବେଳେ ମଧ୍ୟ ଦୋକାନ ଖୋଲିବେ ଭଗବାନ୍ ବିଷ୍ଣୁ ଙ୍କୁ ସ୍ମରଣ କରି ଖୋଲନ୍ତୁ ଏହାଦ୍ବାରା ବ୍ୟବସାୟ ରେ ଉନ୍ନତି ହେବ ।

ଐଶାନ୍ୟ ମୁଖୀ ଦୋକାନ :–

ପୂର୍ବ ଓ ଉତ୍ତର ଦିଗ ର କୋଣ କୁ ଐଶାଣ୍ୟ କୋଣ କୁହାଯାଏ । ଏହି ମୁହାଁ ଦୋକାନ କୁ ଅଧିକ ସଫା ସୁତୁରା ରଖିବା ଆବଶ୍ୟକ । ଦୋକାନ ମଧ୍ୟକୁ ପ୍ରବେଶ କରିବା ସମୟରେ ଯଦି ଡଷ୍ଟ ବିନ୍ ଥାଏ ତେବେ ଏହାଦ୍ବାରା ଗ୍ରାହକ ଆସିବାରେ ବାଧା ସୃଷ୍ଟି ହୋଇଥାଏ ।

ଉତ୍ତର ମୁଖୀ ଦୋକାନ :-

ଏଭଳି ଦୋକାନ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଏଭଳି ଦୋକାନ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ । ଏହି ଦିଗକୁ ମୁହଁ କରି ଦୋକାନ କରିଥିବା ଦୋକାନୀ ମାନେ ସର୍ବଦା ନିଜ ଗ୍ରାହକ ଙ୍କୁ ଈଶ୍ୱର ଭାବିବା ଆବଶ୍ୟକ ।

ବ୍ୟାୟବ ମୁଖୀ ଦୋକାନ :–

ଏହି ମୁଖୀ ଦୋକାନ ଗୁଡ଼ିକ ଆପଣଙ୍କୁ କିର୍ତିମନ କରିପାରେ । ଆପଣଙ୍କ ର ଯେଉଁ ଦୋକାନ ହୋଇଥାଉ ପଛକେ ଆପଣ ଦୋକାନ ର ନାମ କୁ ଠିକ୍ ଭାବରେ ହାଇ ଲାଇଟ୍ କରିବା ଉଚିତ୍ । ଏହା ଆପଣଙ୍କୁ ସୁଫଳ ଦେଇଥାଏ ।

ପଶ୍ଚିମ ମୁଖୀ ଦୋକାନ :–

ପଶ୍ଚିମ ମୁଖୀ ଦୋକାନ ପୈତୃକ କାର୍ଯ୍ୟ ପାଇଁ ସବୁଠୁ ଭଲ । ଏଭଳି ଦୋକାନ ରେ ଆପଣ ପୈତୃକ ବ୍ୟବସାୟ କରନ୍ତୁ ଖୁବ୍ ଉନ୍ନତି କରନ୍ତୁ ।

ନୈରୁତ୍ୟ ମୁଖୀ ଦୋକାନ :–

ପଶ୍ଚିମ ଓ ଦକ୍ଷିଣ ର ମଧ୍ୟ ଭାଗକୁ ନୈରୁତ୍ୟ କୋଣ କୁହାଯାଏ । ପୂଜା ଦ୍ରବ୍ୟ ଓ ଅନ୍ୟ ଶାସ୍ତ୍ର ଗତ ଦ୍ରବ୍ୟ ବ୍ୟବସାୟ କଲେ ସୁଫଳ ମିଳିଥାଏ । ଏହି ମୁଖୀ ଦୋକାନ ର ମୁହଁ ସର୍ବଦା ଖୋଲା ନ ରହିବା ଆବଶ୍ୟକ । ମୁଖ୍ୟ ଦ୍ଵାରରେ ଡୋର୍ କ୍ଲୋଜର ଲଗାଇବା ଉଚିତ୍ ।

ଦକ୍ଷିଣ ମୁଖୀ ଦୋକାନ :–

ଦକ୍ଷିଣ ଦିଗ ଯମ ଙ୍କ ଦିଗ ଅଟେ । ଯଦି ଆପଣଙ୍କ ଦୋକାନ ର ମୁହଁ ଦକ୍ଷିଣ ଦିଗ ତେବେ ଦୋକାନ ସାମ୍ନା ରେ ଗୋଟିଏ ଜଗୁଆଳି ରଖନ୍ତୁ । ଯଦି କୌଣସି ଦକ୍ଷିଣ ମୁଖୀ ଦୋକାନ ହୋଇଥାଏ ତେବେ ତାହାକୁ ଶୋ ରୁମ୍ କରନ୍ତୁ । ଏପରି ଦୋକାନରେ କାଉଣ୍ଟର ର ମୁହଁ ପୂର୍ବ ଦିଗକୁ ରହିବା ଶୁଭ ଅଟେ ।

Comments are closed.