ରାଜ୍ୟରେ ୫୦୦ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଆଉ ୪୯୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୮୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୨ ଜଣ ଅଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧କୁ ବୃଦ୍ଧି। ୬ ହଜାର ୩୦୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୯୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୫, ରାୟଗଡ଼ାରୁ ୪୫ ,ଯାଜପୁରରୁ ୩୬, ଗଜପତିରୁ ୨୬, ନୟାଗଡ଼ରୁ ୧୬, କୋରାପୁଟରୁ ୨୪ ,ସମ୍ବଲପୁରରୁ ୩୮, ବାଲେଶ୍ବରରୁ ୯, କଟକରୁ ୩୨, ମୟୂରଭଞ୍ଜରୁ ୧୮, , କଳାହାଣ୍ଡିରୁ ୩, ଅନୁଗୁଳରୁ ୩, ନୂଆପଡ଼ାରୁ ୭, ସୁବର୍ଣ୍ଣପୁରରୁ ୫, ,ବୌଦ୍ଧରୁ ୩ , ବରଗଡରୁ ୧, କେନ୍ଦୁଝରରୁ ୩, ପୁରୀରୁ ୮ ,ଭଦ୍ରକରୁ ୯, ଝାରସୁଗୁଡ଼ାରୁ ୧୧ ,
ବଲାଙ୍ଗିରରୁ ୨, ଜଗତସିଂହପୁରରୁ ୪, କେନ୍ଦ୍ରାପଡ଼ାରୁ ୧୨, ନବରଙ୍ଗପୁରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ
କନ୍ଧମାଳରୁ ୯, ,ଢେଙ୍କାନାଳରୁ ୫ , ଗଞ୍ଜାମରୁ ୨, ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୫, ମାଲକାନଗିରିରୁ ୩, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.