ଭୋଟ ପୂର୍ବରୁ ନିୟମଗିରିରେ ଟିଫିନ ବୋମା ଉଦ୍ଧାର

ରାୟଗଡ଼ା- ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟିଂ ପୂର୍ବରୁ ପୋଲିସକୁ ସଫଳତା ମିଳିଛି । ରାୟଗଡ଼ା ନିୟମଗିରିରେ ଟିଫିନ ବୋମା ଉଦ୍ଧାର କରାଯାଇଛି । କଲ୍ୟାଣସିଂହପୁର-ପାରସାଲି ରାସ୍ତାରେ ଏକ ପୋଲ ତଳୁ ମିଳିଛି ଟିଫିନ୍ ବୋମା ।
ମାଓବାଦୀମାନେ ପୋଲିସ ଓ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବୋମା ରଖିଥିବା ଅନୁମାନ କରାଯାଉଛି । କମ୍ବିଂ କରୁଥିବା ବେଳେ ବୋମା ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ ।

Comments are closed.