ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ ମାତୃଭାଷା ଆମର ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଆମ ଓଡ଼ିଆ ଭାଷାର ଗରିମା ଓ ମାଧୁର୍ଯ୍ୟର ସ୍ୱତନ୍ତ୍ରତା ରହିଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଆମ ଭାଷାକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଅବଦାନ ରଖିଥିବା ମହାପୁରୁଷମାନଙ୍କୁ ସ୍ମରଣ କରି ଏ ଦିଗରେ ଆମର ପ୍ରୟାସକୁ ଆହୁରି ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.