ବାଇକ ଧକ୍କାରେ ଲୁନା ଚାଳକର ମୃତ୍ୟୁ

ବରଗଡ଼: ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳେ ଏକ ବାଇକ ଓ ଲୁନା ମଧ୍ୟରେ ଧକ୍କା ହେବାରୁ ଲୁନା ଚାଳକଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଲୁନାରେ ବରଗଡ଼ ପାଖ ସିର୍ଗିଡା ଗାଁର ଜୟଲାଲ ପଟେଲ ଓ ସାଗର ବାଉଁଶ ଦୁହେଁ ଯାଉଥିବା ବେଳେ ବାଇକ୍‌ରେ ରାମପୁର ମାୟାବର୍ହାର ସୁରଜ ଖମାରୀ ଆସୁଥିଲେ । ବୁଢ଼ୀମାଲ ଠାରେ ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲା ଫଳରେ ଉଭୟ ଗାଡିର ଚାଳକ ଆରୋହୀମାନେ ପଡି ଆହତ ହୋଇଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ଵର ବାଗ ବିଜେପୁରରେ ହେଉଥିବା ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଉଜ କରିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ ଅଟକି ଆହତ ଓ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ । ପଟେଲ ଲୁନା ଗାଡି ଚାଳକ ଜୟଲାଲ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ପଦ୍ମପୁର ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

Comments are closed.