ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରେ ୭୮.୬ ପ୍ରତିଶତ ମତଦାନ : ସୁବର୍ଣ୍ଣପୁରରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ୱର- ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରେ ୮୬.୩୩%, କୋରାପୁଟରେ ୮୪.୭୮%, ଗଜପତିରେ ୮୨.୭୨% ମତଦାନ ହୋଇଥିଲା ବେଳେ
ଅନୁଗୁଳରେ ୮୪.୨୪ %, ବରଗଡ଼ରେ ୮୨.୬୩%, ବୌଦ୍ଧରେ ୮୧.୩୧ %, ଢେଙ୍କାନାଳରେ ୮୦.୩୯%,
କନ୍ଧମାଳରେ, ୮୧.୩୫ %, ସମ୍ବଲପୁରରେ ୮୧.୦୭%, ବାଲେଶ୍ବରରେ ୭୪.୭୨%,, ବଲାଙ୍ଗିରରେ ୭୧.୮୩%, କଟକରେ ୭୯.୨୬%, ଦେବଗଡ଼ରେ ୭୯.୮%, ଜଗତସିଂହପୁରରେ ୭୬%, କଳାହାଣ୍ଡିରେ ୭୭.୫୯% ମତଦାନ ହୋଇଛି ।

ଗଞ୍ଜାମ ଜିଲ୍ଲାରେ ସବୁଠାରୁ କମ୍ ୬୬.୭୫% ମତଦାନ ହୋଇଥିଲା ବେଳେ ନୂଆପଡ଼ାରେ ୭୮.୨୪%, ରାୟଗଡ଼ାରେ ୭୯.୪୪%, ଭଦ୍ରକରେ ୭୭%, ନୟାଗଡ଼ରେ ୭୮.୨୪ %, ସୁନ୍ଦରଗଡ଼ରେ ୭୫.୪୫%, ମାଲକାନଗିରିରେ ୭୬.୬୩%, କେନ୍ଦୁଝରରେ ୭୭.୮୯%, ଖୋର୍ଦ୍ଧାରେ ୭୬.୪୯%, କେନ୍ଦ୍ରାପଡ଼ାରେ ୭୨.୨୫%, ଯାଜପୁରରେ ୭୧% ମତଦାନ ହୋଇଛି ‌।

Comments are closed.