ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର

ମାଲକାନଗିରି: ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏକ ମିଳିତ ଅପରେସନରେ ମାଓବାଦୀଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ମାଓ ସାମଗ୍ରୀ ମାଟି ତଳୁ ଉଦ୍ଧାର କରାଯାଇଛି । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନାଦମାନଜେରୀ ଜଙ୍ଗଲରୁ ଏସଓଜି ଓ ଡିଭିଏଫ ତଥା ବିଏସଏଫ ମିଳିତ ଅପରେସନ ଯାଇଥିବା ବେଳେ ଏ ସବୁ ସାମଗ୍ରୀ ମିଳିଛି।

୫ଟି ବନ୍ଧୁକ, ଟିଫିନ ବୋମା, ଗୋଟିଏ ପ୍ରେସର ଆଇଡି, ୨ଟି ଡିଟୋନେଟର, ବିଦ୍ୟୁତ ତାର, ଲ୍ୟାଣ୍ଡମାଇନ ତିଆରି କରିବା ସାମଗ୍ରୀ ମାଟି ତଳୁ ମିଳିଛି । ଏବେ ବି ସେହି ଅଞ୍ଚଳରେ ଅପରେସନ ଜାରି ରହିଛି। ଆସନ୍ତା ୨୪ ତାରିଖରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ବୋଲି ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନି କହିଛନ୍ତି।

Comments are closed.