ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ ନିନ୍ଦା କଲା ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ

ବୌଦ୍ଧ: ରାଜ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ ଆଜି ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘପକ୍ଷରୁ ନିନ୍ଦା କରାଯିବା ସହିତ ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗତ ୨୦ ତାରିଖରେ ବିଞ୍ଝାରପୁରଠାରେ ଖବର ସଂଗ୍ରହ କରିବାପାଇଁ ଯାଇଥିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ମାନଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର ବେହେରାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଏନେଇ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ସଂଘର ସାଧାରଣ ସଂପାଦକ ଶଶାଙ୍କ ଶେଖର ମିଶ୍ର. ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତ,ଦେବାଶିଷ ପୁରୋହିତ,ଅଜିତ କୁମାର ବାରିକ,ଧବଳେଶ୍ୱର ମହାପାତ୍ର ପ୍ରମୋଦ ବାଘ, ରାକେଶ କୁମାର ଦାସ ଦୀପକ ଅଦର ପ୍ରମୁଖ ସାମିଲ ଥିଲେ ।

Comments are closed.