ପୂର୍ବତଟ ରେଳବାଇର ନୂଆ ନିୟମ : ଟ୍ରେନରେ ଉଚ୍ଚ ସ୍ୱରରେ କଥା ହେବା ମନା

ଭୁବନେଶ୍ୱର – ପୂର୍ବତଟ ରେଳବାଇର ନୂଆ ନିୟମ । ସହଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଟ୍ରେନ୍‌ରେ ଉଚ୍ଚ ସ୍ବରରେ ଫୋନ୍‌ରେ କଥା ହେବା ଏଣିକି ମନା ହେବ । ଉଚ୍ଚ ସ୍ବରରେ ସ୍ପିକର ବା ମୋବାଇଲ୍‌ରେ ଗୀତ ଶୁଣିବା ଓ ଫିଲ୍ମ ଦେଖିବା ମନା କରାଯିବ ।

ରାତି ୧୦ଟା ପରେ ଟ୍ରେନ ବଗିରେ କେବଳ ଲାଗିବ ଫୋକସ ଲାଇଟ୍ ।

ଯାତ୍ରୀଙ୍କୁ ସଚେତନ କରିବେ RPF, କ୍ୟାଟରିଂ, ବିଦ୍ୟୁତ ଓ ଯାନ୍ତ୍ରିକ କର୍ମଚାରୀ ।

ଟ୍ରେନରେ ଥିବା ରେଳ କର୍ମଚାରୀଙ୍କୁ ମଧ୍ୟ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.