ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ମତଦାନ : ସୁବର୍ଣ୍ଣପୁରରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୬. ୫୧ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫.୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁର ୮୩.୩୦%, କୋରାପୁଟ ୮୨.୮୦%, ଗଜପତି ୮୨.୧୭%, ଅନୁଗୁଳ ୭୭.୭୫%, ବରଗଡ଼ ୮୪.୮୭%, ଢେଙ୍କାନାଳ ୮୦.୫୯%, କନ୍ଧମାଳରେ ୭୪.୫୯ % ମତଦାନ ହୋଇଛି ସମ୍ବଲପୁରରେ ୭୮.୪୬%, ବାଲେଶ୍ବର ୭୮.୦୮%,ବଲାଙ୍ଗିର ୮୨.୨୦%, କଟକ ୮୦.୬୪%,ଜଗତସିଂହପୁର ୮୧%,କଳାହାଣ୍ଡି 8୦.୫୩%,ମୟୂରଭଞ୍ଜ ୭୫.୪୧%,ନୂଆପଡ଼ା ୮୦.୩୪%, ରାୟଗଡ଼ା ୮୨.୩୫%,ଭଦ୍ରକ ୭୭%, ନୟାଗଡ଼ ୭୯%,ସୁନ୍ଦରଗଡ଼ ୭୬.୦୯%,ମାଲକାନଗିରି ୭୪.୧୫%, କେନ୍ଦୁଝର ୭୭.୯୩%,ଖୋର୍ଦ୍ଧା ୭୪.୫୪%, କେନ୍ଦ୍ରାପଡ଼ା ୭୭.୩୮%, ଯାଜପୁର ୭୩% ମତଦାନ, ପୁରୀରେ ୭୮.୭୯% ହୋଇଛି ।

Comments are closed.