ସାବାସ୍ ମମତା, ବୃଦ୍ଧାଙ୍କୁ କୋଳେଇ ମତଦାନ କେନ୍ଦ୍ରକୁ ନେଲେ ହୋମଗାର୍ଡ ମମତା ରଣା

ଭବାନିପାଟଣା: ଗତକାଲି ପଞ୍ଚାୟତ ନିର୍ବାଚନର ଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ଅବସରରରେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ଯ। ମମତା ରଣା ନାମକ ଜଣେ ହୋମଗାର୍ଡ ଜଣେ ୭୦ ବର୍ଷିଅ ବୃଦ୍ଧାଙ୍କୁ ଅଟୋରୁ କୋଳେଇ ନେଇ ମତଦାନ କେନ୍ଦ୍ର ପହଞ୍ଚାଇଛନ୍ତି।

କିଛି ସ୍ବେଚ୍ଛାସେବୀ ଅଟୋ ସାହାଯ୍ଯରେ ଅନେକ ବୃଦ୍ଧାଙ୍କୁ ମତଦାନ କେନ୍ଦ୍ରକୁ ଆଣୁଥିଲେ। ଏତିକି ବେଳେ ଜଣେ ବୃଦ୍ଧା ଅଟୋରୁ ଓହ୍ଲାଇବାରେ ଅସମର୍ଥ ହୋଇଥିଲେ। ଏହା ଦେଖି ସେଠାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ମମତା ରଣା ତୁରନ୍ତ ସେଠାକୁ ଦୌଡି ବୃଦ୍ଧାଙ୍କୁ ଓହ୍ଲାଇ କୋଳେଇ ନେଇଥିଲେ। ଆଉ ସିଧା ଟେକି ନେଇ ବୁଥ୍ ଭିତରକୁ ନେଇଯାଇଥିଲେ। ମମତାଙ୍କ କର୍ତ୍ତବ୍ୟନିଷ୍ଠାକୁ ସମସ୍ତେ ପ୍ରଶଂସା କରିଛନ୍ତି।

Comments are closed.