ପଞ୍ଚାୟତ ନିର୍ବାଚନରେ ଶେଷ ପର୍ଯ୍ୟାୟରେ କାଲି ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ

ଭୁବନେଶ୍ୱର – ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ନିଆଯିବ । ଶେଷ ପର୍ଯ୍ୟାୟରେ କାଲି ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ହେବ । ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୩ ହଜାର ୫୧୪ ବୁଥରୁ ୨ ସ୍ଥିର ୨୭ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୫ଟି ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୋଲିସ ବାହିନୀକୁ ଏହି ୨୫ ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।

ଆସନ୍ତା ୨୬ରୁ ୨୮ ତାରିଖ ଯାଏଁ ମତ ଗଣନା କରାଯିବ ।

Comments are closed.