ଦିବଂଗତ ହେମାନନ୍ଦ ବିଶ୍ୱାଳଙ୍କୁ ଶେଷ ସମ୍ମାନ

ଭୁବନେଶ୍ୱର- ପରଲୋକଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କୁ ଆଜି ବିଧାନସଭା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । 84 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ହେମାନନ୍ଦ ବିଶ୍ୱାଳ ଙ୍କ ଗତକାଲି ଦେହାନ୍ତ ହୋଇଥିଲା । ମୃତ୍ୟୁ ପରେ ପ୍ରଥମେ ଭୁବନେଶ୍ବର ସ୍ଥିତ ବାସଭବନକୁ ତାଙ୍କର ପାର୍ଥିବ ଶରୀର ଅଣାଯାଇଥିଲା । ସେଠାରେ ବନ୍ଧୁ ପରିବାରବର୍ଗଙ୍କ ସମେତ ବହୁ ବରିଷ୍ଠ ନେତା ଶେଷ ଦର୍ଶନ କରିଥିଲେ । ପରେ ବିଧାନସଭା ପରିସରରେ ଏହି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି । ବାଚସ୍ପତିଙ୍କ ସମେତ ଅନେକ ନେତା ଦିବଂଗତ ନେତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି ।

Comments are closed.