ଆସନ୍ତା ୨୮ରୁ ୟୁପି ସ୍କୁଲ ଆସିବେ ଛାତ୍ର ଛାତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୨୮ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। କୋଭିଡ୍ ନିୟମ ମାନି ସମସ୍ତେ କେମିତି ସ୍କୁଲ ଆସିବେ ଓ ଶିକ୍ଷା ଦାନ କିଭଳି ସ୍ଵାଭାବିକ ହେବ ସେ ନେଇ ପ୍ରସ୍ତୁତ ରହିଛନ୍ତି ସ୍କୁଲ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ । ଏପଟେ ଏହି ପ୍ରସଙ୍ଗରେ ରାଜ୍ୟର ପ୍ରତି ପ୍ରାଥମିକ ସ୍କୁଲରେ ଆଜି ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ବୈଠକ କରାଯାଇଛି।

ସ୍କୁଲ ଖୋଲିବା ଦିନ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରବେଶ ଦ୍ଵାରକୁ ବେଲୁନ ଓ ଫୁଲରେ ସଜାଯିବ । ଛାତ୍ରଛାତ୍ରୀଙ୍କୁ ଫୁଲ ଦେଇ ସ୍ଵାଗତ କରାଯିବ । ଏହାସହ ସ୍କୁଲ ଖୋଲିଯିବା ପରେ ପ୍ରଥମରୁ ପଞ୍ଚମ ପିଲାଙ୍କ ଶିକ୍ଷାସ୍ତର ମାପିବା ପାଇଁ ଆସନ୍ତା 9 ରୁ ୧୧ ତାରିଖ ଭିତରେ ହେବାକୁ ଥିବା ବେସଲାଇନ୍ ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ। ଏହି ଆସେସ୍‌ମେଣ୍ଟରେ ପିଲାଙ୍କର ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ।

Comments are closed.