ବିରୋଧୀ ଘାଇଲା, ବିଜେଡିର ଏକତରଫା ବିଜୟ, ପୂର୍ବାପେକ୍ଷା ସ୍ଥିତି ଅଧିକ ମଜବୁତ

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନ ଭୋଟ ଗଣତିରେ ଆଜି ୨୩୧ ଜିଲ୍ଲା ପରିଷଦ ଆସନରେ ଗଣତି ଆରମ୍ଭ ହୋଇଛି । ୨୬ ଓ ୨୭ ତାରିଖରେ ଯଥାକ୍ରମେ ୩୧୫ ଓ ୩୦୫ ଆସନରେ ମୋଟ ଗଣତି ହୋଇଥିଲା । ଏ ଯାଏଁ ବିଜେଡି ୫୧୫ ଆସନରେ ବିଜୟୀ ହୋଇ ବିରୋଧୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛି । ବିଜେପି ଓ କଂଗ୍ରେସ ତିନି ଅଙ୍କ ବି ଛୁଇଁ ପାରିନାହାନ୍ତି । ଏକତରଫା ଓ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି । ବିଜେପି ୩୧ ଓ କଂଗ୍ରେସ ୨୯ ଆସନରେ ବିଜୟୀ ହୋଇଛି । ୨୦୧୭ ନିର୍ବାଚନ ଅପେକ୍ଷା ଏଥର ବିଜେଡି ଅଧିକ ଆସନ ଜିତିବା ନିଶ୍ଚିତ ହୋଇଛି ।

Comments are closed.