ମାର୍ଚ୍ଚ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି

ଭୁବନେଶ୍ୱର- ମାର୍ଚ୍ଚ ମାସ ପାଇଁ କୋଭିଡ ଗାଇଡ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଅନୁଯାୟୀ ପାଳନ କରାଯାଇପାରିବ ମହାଶିବରାତ୍ରି। ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ବି କୋଭିଡ କଟକଣାରେ ପାଳନ କରାଯାଇପାରିବ।

ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଲୋକ ଯୋଗ ଦେବା ନେଇ ଅନୁମତି ମିଳିଛି ।

ଅନ୍ତ୍ୟେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ମେଳା, ପ୍ରଦର୍ଶନୀ, ବାଣିଜ୍ୟ ମେଳାକୁ ଅନୁମତି ମିଳିଛି । ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ, ଏଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ବାଧ୍ୟତାମୂଳକ ।

Comments are closed.