ବିଜେପିର ବିପର୍ଯ୍ୟୟ, ବିଜୟଙ୍କ ପ୍ରତିକ୍ରିୟା: ବିଜେଡିର ନିର୍ବାଚନ ପରିଚାଳନା ଭଲ ଥିଲା ବୋଲି ସ୍ୱୀକାର କର

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓ ବିଜେପିର ବିପର୍ଯ୍ୟୟ ପରେ ଗୈରିକ ଦଳ ଭିତରୁ ଉଠିଛି ଅସନ୍ତୋଷର ସ୍ବର । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ବିଜେଡି ଫିଲ୍ଡରେ ଏକାକୀ ଥିଲା । ନବୀନଙ୍କ ଭାବମୂର୍ତ୍ତି ନେଇ ପ୍ରଚାର କରୁଥିଲା ଦଳ । ବିଜେଡିର ନିର୍ବାଚନ ପରିଚାଳନା ଭଲ ଥିଲା । ଏହା ସ୍ୱୀକାର କରିବାକୁ ହେବ ବୋଲି ବିଜୟ କହିଛନ୍ତି ।

ବିଜେପିର ଅଧିକାଂଶ ନେତାଙ୍କ ଗ୍ରହଣୀୟତା ନାହିଁ ବୋଲି ବିଜୟ କହିଛନ୍ତି । ବର୍ତ୍ତମାନ ବିଜେପି କେବଳ ଆତ୍ମସମୀକ୍ଷା ନୁହେଁ, ବରଂ ଗଭୀର ଅନୁଶୀଳନ କରିବା ଦରକାର ବୋଲି ସେ କହିଛନ୍ତି ।

Comments are closed.