ଗଛକୁ ଧକ୍କା ଦେଇ କାର ଚୁରମାର, ଶିଶୁ ସମେତ ୬ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତକଡ଼ରେ ଥିବା ଗଛକୁ କାର୍‌ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ । ଏମାନେ ସମସ୍ତେ ପଡୋଶୀ ଛତିଶଗଡ଼ର ହୋଇଥିବା ଅନୁମାନ କରାଯାଉଛି ।

Comments are closed.