ପୁଣି ଫୋକସରେ ବିଜେଡି, ଟୁଇଟରରେ ଟ୍ରେଣ୍ଡ କରୁଛି ଦଳର ଏକତରଫା ବିଜୟ

ଭୁବନେଶ୍ୱର – ଆଉ ଏକ ନିର୍ବାଚନ, ଆଉ ଏକ ଦମଦାର ବିଜୟ । ଓଡ଼ିଶାରେ ଏଥର ତ୍ରିସ୍ତରୀୟ ନିର୍ବାଚନରେ ରେକର୍ଡ ବ୍ରେକି‍ଂ ବିଜୟ ହାସଲ କରିଛି ବିଜେଡି । ପୁଣି ଥରେ ରାଜ୍ୟବାସୀ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେଡିର ଏକତରଫା ବିଜୟ ଦଳ ଓ ନବୀନଙ୍କୁ ଜାତୀୟ ସ୍ତରରେ ଆଉ ଥରେ ଚର୍ଚ୍ଚିତ କରିଛି । ସାମାଜିକ ଗଣମାଧ୍ୟମଗୁଡିକରେ ଏବେ ବିଜେଡି ର ବିଜୟ ଚର୍ଚ୍ଚାର ବିଷୟ ସୋଇଛି । ଟୁଇଟରରେ ଏ ପ୍ରସଙ୍ଗ ଟ୍ରେଣ୍ଡ କରୁଛି । #OdishaLovesBjd ଟୁଇଟରରେ ଟ୍ରେଣ୍ଡ କରୁଛି ।

 

Comments are closed.