ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ, ୨ଟି ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଆଜିଠାରୁ ୭ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ ହେବ । ୯ ତାରିଖରେ ପ୍ରାର୍ଥୀ ପତ୍ରଗୁଡ଼ିକର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ହେବ ମତଦାନ । ୨୬ ତାରିଖରେ ଭୋଟ ଗଣତି କରାଯିବ ।

ପୈ।ର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥର ୩ ମହାନଗର ନିଗମ ଓ ୧୦୬ ମ୍ୟୁନିସିପାଲଟି ପାଇଁ ନିର୍ବାଚନ ହେବ ।
ଏଥର ନିର୍ବାଚନରେ ପ୍ରାର୍ଥୀମାନେ ୨ଟି ସତ୍ୟପାଠ ଦାଖଲ କରିବେ । ଗୋଟିଏରେ ନିଜର ଶିକ୍ଷାଗତ ଯୋଗ୍ୟତା ସହ ସଂପତ୍ତି ତାଲିକା ଉଲ୍ଲେଖ କରିବେ । ଅନ୍ୟଟିରେ ନିଜର ଗୋଟିଏ ପତ୍ନୀ ଓ ୨ଟି ସନ୍ତାନ ଥିବା ପ୍ରମାଣ ଦେବେ ।
ଏଥର ୪୭ଟି ମ୍ୟୁନିସିପାଲଟି ଓ ୫୯ ଏନ୍ଏସିରେ ନିର୍ବାଚନ ହେବ । ୪୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

Comments are closed.