ଭୁବନେଶ୍ୱର ରେଳଷ୍ଟେସନରୁ ଜବତ ସୁନା ସିଲ୍, ଟ୍ରେଜେରୀ ଅଫିସକୁ ସ୍ଥାନାନ୍ତର

ଭୁବନେଶ୍ବର- ଭୁବନେଶ୍ୱର ରେଲଓ୍ବେ ଷ୍ଟେସନରୁ ୩୨ କିଲୋଗ୍ରାମ ସୁନା ଜବତ ଘଟଣାର ତଦନ୍ତ ଜାରି ରହିଛି । ଜବତ ସୁନାକୁ ସିଲ୍‌ କରି ଟ୍ରେଜେରୀ ଅଫିସକୁ ହସ୍ତାନ୍ତର କରିଛି ଜିଆରପି । ଏହି ଘଟଣାରେ କଟକ ୪ ଜଣ ଓ ମାଲିକ ସୁନା ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇପାରି ନାହାନ୍ତି । ଜିଏସଟି ଫାଙ୍କିବା ଓ ଟ୍ୟାକ୍ସ ପାଇଁ ସେମାନଙ୍କ ଉପରେ ୯୬ ଲକ୍ଷ ଜରିମାନା ଲଗାଯାଇଛି ।

ସଠିକ ତଥ୍ୟ ଦେବାକୁ ୪ କର୍ମଚାରୀ ଓ ମାଲିକଙ୍କୁ ସମନ କରାଯାଇଛି । ଗତକାଲି କୋଣାର୍କ ଏକ୍ସପ୍ରେସରୁ ୧୬ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଥିଲା । ୪ ଜଣ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଥିଲା ।

Comments are closed.