ଅଶୋକ ସାଇ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର – ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ସାଧାରଣ ସମ୍ପାଦକ ଅଶୋକ ସାଇ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡର ନେତା ଅଶୋକ ସାଇଙ୍କୁ ବିଜୁ ଜନତା ଦଳ ନିଲମ୍ବନ କରିଛି ।
ସୂଚନା ଅନୁସାରେ ପଞ୍ଚାୟତ ନିର୍ବାଚନରେ ଅଶୋକ ଦଳବିରୋଧୀ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପ୍ରମାଣିତ ହେବା ପରେ ଅଶୋକ ସାଇଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.