ଦୃଷ୍ଟିବାଧିତ ଜାତୀୟ ସିନିୟର ମହିଳା ଟି-୨୦ ପ୍ରତିଯୋଗିତା ସେମିଫାଇନାଲ ଓଡ଼ିଶା

ବେଙ୍ଗାଳୁରୁ- ଜାତୀୟ ସିନିଅର ଦୃଷ୍ଟି ବାଧିତ ମହିଳା ଟି-୨୦ କ୍ରିକେଟ ପ୍ରତିଯୋଗିତାରେ ଓଡିଶା ସେମିଫାଇନାଲରେ ପ୍ରବେଶ କରିଛି । ମହାରାଷ୍ଟ୍ରକୁ ୧୦୧ ରନରେ ହରାଇ ଓଡ଼ିଶା ଲଗାତର ତୃତୀୟ ବିଜୟ ହାସଲ ସହ ସେମିଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଝିଲି ବିରୁଆ ୬୪ ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେମିଫାଇନାଲରେ ଓଡ଼ିଶା ଦିଲ୍ଲୀକୁ ଭେଟିବ ।

Comments are closed.