ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସ ଆଜି ମେୟର ପ୍ରାର୍ଥୀ ଘୋଷଣା କରିଛି। ମଧୁସ୍ମିତା ଆଚାର୍ଯ୍ୟ ହେବେ ଭୁବନେଶ୍ୱର ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ହେଉଛନ୍ତି ମଧୁସ୍ମିତା। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧୁସ୍ମିତା ଦଳୀୟ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିବା ସୁର କହିଛନ୍ତି।

Comments are closed.