ଜଟେସିଂହାରେ ଅଗ୍ନିକାଣ୍ଡ, ଗୋଟିଏ ବଖରା ଛାରଖାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର କରୁଣା ଭୋଇଙ୍କ ଘରରେ ଆଜି କୌଣସି କାରଣରୁ ଅଗ୍ନି କାଣ୍ଡ ଘଟି ଗୋଟିଏ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଧାନ ଚାଉଳ ପୋଡ଼ି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

Comments are closed.