କଂଗ୍ରେସ ଛାଡିଲେ ବରିଷ୍ଠ ନେତା

ନବରଙ୍ଗପୁର- କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ବରିଷ୍ଠ କଂଗ୍ରେସ ନେତା ଭୀମ ହରିଜନ । ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଆସନ୍ତା ପୌର ନିର୍ବାଚନରେ ପୌରାଧକ୍ଷ ପଦବୀକୁ ନେଇ ଚର୍ଚ୍ଚାରେ ଥିଲେ ଭୀମ ହରିଜନ । ସେ ଟିକେଟ ପାଇଁ ଆବେଦନ କରିଥିବା ବେଳେ ଆଜି ଦଳ ଛାଡିଥିବାରୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ସେ ବିଜେଡିରେ ଯୋଗ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

Comments are closed.