ବୌଦ୍ଧରେ ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ

ବୌଦ୍ଧ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ସହର ବ୍ରିଜ ଛକ ତଥା ବିଜୁ ବାବୁଙ୍କ ନାମରେ ନାମିତ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିରେ ସ୍ଥାନୀୟ ବିଧାୟକ ପ୍ରଦୀପ ଅମାତ ପ୍ରଭାରୀ ସୌଭାଗ୍ୟ ନାଏକଙ୍କ ସମେତ ଦଳର ସମସ୍ତ ନେତା ଓ କର୍ମୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ବିଜୁବାବୁଙ୍କ ସ୍ମୃତିରେ ଜିଲ୍ଲାକୁ ଆହୁରି ସରସ ସୁନ୍ଦର ଗଢ଼ି ତୋଳିବା ପାଇଁ ଦଳର ନେତା ଓ କର୍ମୀ ସଂକଳ୍ପ ନେଇଥିଲେ ।

Comments are closed.