ବିଜୁ ସ୍ମୃତି କମିଟି ସମ୍ବଲପୁର ତରଫରୁ ଫଳ ବଣ୍ଟନ କାର୍ଯ୍ୟକ୍ରମ !!

ସମ୍ବଲପୁର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ସମ୍ବଲପୁର ବିଜୁ ସ୍ମୃତି କମିଟି ତରଫରୁ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମା ଓ ଶିଶୁ ସ୍ବାସ୍ଥ୍ୟ ବିଭାଗରେ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହୀରାଲାଲ ବେହେରା, ବିଜୁ ସ୍ମୃତି କମିଟିର ଆଭାହକ ପ୍ରଶାନ୍ତ ଥାପା, ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ, ଉପସଭାପତି ସତ୍ୟେନ୍ଦ୍ର ଦାସ,ଜିଲ୍ଲା ଛାତ୍ର ସଭାପତି ସିଦ୍ଧାନ୍ତ ମହାନ୍ତି,ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଇ,ପୂର୍ବତନ ଜିଲ୍ଲା ଯୁବ ସଭାପତି ସୁବାଷ ଜେନା, ଆଇନ ସେଲ ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ମାୟାଧର ଜେନା, ଅଶ୍ୱିନୀ ପାଢ଼ୀ, ବିକ୍ରମ ରଞ୍ଜିତ, କୃଷ୍ଟ କୁମ୍ଭାର, ସୁଧୀର ନାଏକ, ସୁଧୀର ଦାସ, ମନରଞ୍ଜନ ମହାକୁଡ଼,ବିନୋଦ ବେହେରା ପ୍ରମୁଖ ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ !

Comments are closed.