ଶ୍ରୀମନ୍ଦିରରେ ରକ୍ତଛିଟା : ଶ୍ରୀଜିଉଙ୍କ ହେଲା ମହାସ୍ନାନ

ପୁରୀ- ଶ୍ରୀମନ୍ଦିରରେ ରକ୍ତଛିଟା । ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ମହାସ୍ନାନ ନୀତି ଶେଷ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା ।

ମହାପ୍ରଭୁଙ୍କ ବେଶ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଏଥିପାଇଁ ଘଣ୍ଟାଏରୁ ଅଧିକ ସମୟ ଧରି ନୀତିରେ ବିଳମ୍ବ ହୋଇଥିଲା। ଫଳରେ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ।

Comments are closed.