ପୌର ନିର୍ବାଚନରେ ପ୍ରଚାର ପାଇଁ କଟକଣା ନାହିଁ : ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର- ରାଜ୍ୟରେ କୋରୋନା ପଜିଟିଭି ହାର କମିଥିବାରୁ ପୌର ନିର୍ବାଚନ ପ୍ରଚାରରେ କଟକଣା ନାହିଁ । ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ, ସେମିତି ନିର୍ବାଚନ ପ୍ରଚାର କରାଯାଇପାରିବ । କିନ୍ତୁ ଯଦି ଆଗକୁ କେସ୍ ବଢ଼େ, ତେବେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି ।

ସେପଟେ ଏଥର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ୍ ରହୁଥିବାରୁ ପୋଲିଂ ଟିମ୍ ବଢିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ୍ କମିଶନର । ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଓ ୪ ପୋଲିଂ ଅଫିସର ରହିବେ ।

Comments are closed.