ଟିକାକରଣରେ ଓଡ଼ିଶା ଜାତୀୟ ସ୍ତରରେ ଆଗୁଆ ରାଜ୍ୟରେ ପୂର୍ଣ୍ଣ ଟିକାକରଣ ହାର ୯୦.୫ ପ୍ରତିଶତ

ଭୁବନେଶ୍ୱର- ଟିକାକରଣରେ ଜାତୀୟସ୍ତରରେ ଓଡ଼ିଶା ରହିଛି । ଏଣେ ରାଜ୍ୟରେ ସହନ ଟିକାକରଣ ମିଶନ ଇନ୍ଦ୍ରଧନୁଶ ୪.୦ ଆରମ୍ଭ ହୋଇଛି । ଏହି ଅଭିଯାନରେ ତିନିଟି ରାଉଣ୍ଡରେ ଟିକାକରଣ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହି ସୂଚନା ମିଳିଛି ।

ବାକି ଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ । ମାର୍ଚ୍ଚ ୭ରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ।
ଏପ୍ରିଲ ୪ରୁ ଦ୍ବିତୀୟ ଓ ମେ ୨ରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ମିଶନରେ ପ୍ରାୟ ୧୨ ପ୍ରକାର ରୋଗର ପ୍ରତିଷେଧକ ଟିକା ଦିଆଯିବ ।

Comments are closed.