କୋଟିପତି ପୂର୍ବତନ କଲେଜ ଅଧ୍ୟକ୍ଷ ଗିରଫ

ଭବାନୀପାଟଣା- କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର ବିଶ୍ୱନାଥପୁର ସ୍ଥିତ ବାସଗୃହ, କଲେଜର ଅଫିସ ରୁମ, ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ ଭୁବନେଶ୍ୱର ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ଘରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଚଢ଼ାଉ ବେଳେ ରମେଶଙ୍କ ଠାରୁ ୪ଟି ଟିପର,୨ଟି ଜେସିବି,୨ଟି ଏସୟୁଭି , ୪ଟି ବାଇକ୍ ଓ କଟକ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାରେ ୨୬ଟି ପ୍ଲଟ ଠାବ କରାଯାଇଥିଲା। ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ନଗଦ ୧ ଲକ୍ଷ ୯୪ହଜାର ଟଙ୍କା ଜବତ କରାଯାଇଛି । ତାଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି ।

Comments are closed.