ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ସମ୍ବଲପୁର:  ବିଜୁ ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଶାନ୍ତି ନଗର ସ୍ଥିତ ବିଜେଡି ମହିଳା ଅଫିସ ଠାରେ ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା, ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଡା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ | ସମ୍ମାନୀୟ ଅତିଥି ଭାବରେ ସୁନାମଧନ୍ୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡା ଦେବହୁତୀ ପାଢ଼ୀ ଏବଂ ବରିଷ୍ଠ ବିଜେଡି ନେତା ବରିଷ୍ଠ ଆଇନଜିବୀ ଅଶୋକ କୁମାର ସେନାପତି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ସିପ୍ରା ମହାନ୍ତି, ଶ୍ରୀମତୀ ଶୋଭାଗିନୀ ନାଏକ, ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର,ଜୋନାଲ ସଭାନେତ୍ରୀ ସବିତା ଆଚାଯ୍ୟ, ଜ଼ିଲ୍ଲା ପଦାଧିକାରୀ କଳ୍ପନା ବେହେରା, କାନନଵାଲା ପଟନାଏକ, ସଙ୍ଗୀତା ସ୍ୱାଇଁ, ସୁରେଖା ସାହୁ, ମାନେଶ୍ଵର ଜେନା ଜ଼ିଲ୍ଲାପରିଷଦ ମେମ୍ବର, ସୁରାଜା ସେଠ, କୁନ୍ତୀ ସିଂ, ଚନ୍ଦ୍ରଲେଖା ବହିଦାର ନିଜ ନିଜ ବକ୍ତବ୍ୟ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆଇଟି କୋଡିନେଟର ବୃନ୍ଦ କଟା, ଜ୍ୟୋତ୍ସ୍ନା ପ୍ରଧାନ, ସୂର୍ଯ୍ୟାକାନ୍ତି ବାଗ, ମମତା ମୁଦୁଲି, ମୀନା ବାଗ, ଶାନ୍ତିଲତା କର,ଭାଗ୍ୟଲତା ଚୌଧୁରୀ, ସୁନନ୍ଦା ଚଇନି, ହସିନା ବି, ବୈଯ୍ୟୟନ୍ତି ପାଢ଼ୀ, ଟିକି ବଗର୍ତି, ଅନିତା ଓରାମ,ରୂପାଞ୍ଜଳି ରନବିଡା, ରୀତାଞ୍ଜଳୀ ସୁହୁଲା ଇତ୍ୟାଦି ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରୟାସ ଅନୁଷ୍ଠାନର ସଦସ୍ୟମାନେ ସମ୍ମାନିତ କରିଥିଲେ | ଶେଷରେ ଜ଼ିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ତ୍ରିବେଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.