ଆଜି ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ପ୍ରତ୍ୟାହାରର ଶେଷ ତାରିଖ

ଭୁବନେଶ୍ୱର- ଆସନ୍ତା ପୌର ନିର୍ବାଚନ ପାଇଁ ଦାଖଲ ‌ହୋଇଥିବା ପ୍ରାର୍ଥୀପତ୍ର ଗୁଡ଼ିକର ଆଜି ଯାଞ୍ଚ ହେବ । ୧୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ୨୬ରେ ହେବ ଭୋଟ ଗଣତି । ଗତମାସ ୨୮ ତାରିଖରେ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଏହି ମାସ ୨ ତାରିଖରୁ ୭ ଯାଏଁ ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା ।

ଆସନ୍ତା ପୌର ନିର୍ବାଚନରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭୩୧ ୱାର୍ଡ ଏବଂ ୩ ମହାନଗରରେ ୧୬୧ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପାଇଁ ୪ହଜାର ୫୮୪ଟି ବୁଥ କରାଯିବ ଏବଂ ୪୨ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।

ରାଜ୍ୟର ୧୦୭ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ଥର ପାଇଁ ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନରେ ନୋଟା ବିକଳ୍ପ ବ୍ୟବହାର କରାଯାଇପାରିବ।

Comments are closed.