ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗର ଯନ୍ତ୍ରୀ

ବ୍ରହ୍ମପୁର- ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୫ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ସେଠୀଙ୍କ ବାସଭବନ ସମେତ ଅଫିସ, ଗଜପତି ନଗରର ୨ଟି ବିଲ୍ଡିଂ, ଭୁବନେଶ୍ବର ଏମ୍ସ ନଗର ଓ ପୈତୃକ ଘର ଛତ୍ରପୁରରେ ଚଢାଉ ଜାରି ରହିଛି । ଏ ଯାଏ ୧୬ଲକ୍ଷ ଟଙ୍କା ନଗଦ ଜବତ ହୋଇଛି ।

Comments are closed.