ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କଠାରୁ ୭ କୋଟି ଟଙ୍କାର ସଂପତ୍ତି ଠାବ

ବ୍ରହ୍ମପୁର- ଯନ୍ତ୍ରୀଙ୍କ ପୁଳା ପୁଳା ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଚଢ଼ାଉ କରି ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ୭ କୋଟି ଟଙ୍କାର ଆୟବର୍ହିଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଏସବୁ ମଧ୍ୟରେ ରହିଛି ୩ଟି କୋଠା, ଗଞ୍ଜାମ ଓ ଖୋର୍ଦ୍ଧାରେ ୧୨ଟି ପ୍ଲଟ , ୨ଟି ଏସୟୁଭି ଓ ୩ଟି ଦୁଇ ଚକିଆ ଯାନ । ଆଜି
ସେଠୀଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ସେଠୀଙ୍କ ବାସଭବନ ସମେତ ଅଫିସ, ଗଜପତି ନଗରର ୨ଟି ବିଲ୍ଡିଂ, ଭୁବନେଶ୍ବର ଏମ୍ସ ନଗର ଓ ପୈତୃକ ଘର ଛତ୍ରପୁରରେ ଚଢାଉ ଜାରି ରହିଛି ।

Comments are closed.