ଗୀତା ମାହାତ୍ମ୍ୟ: ସର୍ଵକର୍ମାଣି ମନସା ସଂନସ୍ୟାସ୍ତେ ସୁଖଂ ବଶୀ। ନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସର୍ଵକର୍ମାଣି ମନସା ସଂନସ୍ୟାସ୍ତେ ସୁଖଂ ବଶୀ।
ନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ

ହେ ଅର୍ଜ୍ଜୁନ ! ଅନ୍ତଃକରଣ କୁ ବଶୀଭୂତ କରି ସାଂଖ୍ୟଯୋଗ ଆଚରଣ କରୁଥିବା ପୁରୁଷ କିଛି ନ କରି ଓ ନ କରାଇ ହିଁ ନବଦ୍ୱାର ବିଶିଷ୍ଟ ଶରୀର ରୂପକ ପୁରରେ ମନଦ୍ୱାରା ସକଳ କର୍ମ ତ୍ୟାଗ କରିଦେଇ ସଚିଦାନନ୍ଦଘନ ପରମାତ୍ମା ଙ୍କ ସ୍ୱରୂପ ରେ ଆନନ୍ଦ ପୁର୍ବକ ଅବସ୍ଥାନ କରନ୍ତି।ଗୀତା

( ଗୀତା ୫ମ ଅ। ୧୩ଶ ଶ୍ଲୋକ )

Comments are closed.