ଜଟଣୀରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ , ୩ ଗିରଫ

ଭୁବନେଶ୍ୱର -ପୁଣି ବ୍ରାଉନସୁଗାର ଜବତ । ଜଟଣୀ ରାଜାବଜାରରେ ଏସଟିଏଫ ଟିମ ଚଢାଉ କରି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସଟିଏଫ ଟିମ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ସେକ୍‍ ସମୀର, ସୟଦ ଇମତିୟାଜ୍‍ ଓ ରତି ରଞ୍ଜନ ରାଉତରାୟ।
ଏସଟିଏଫ ଟିମ ଦ୍ୱାରା ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ । ଗୋଟିଏ ପଲସର ବାଇକ୍‍ ଓ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ମଧ୍ୟ ଜବତ କରିଛି ଏସଟିଏଫ ।

Comments are closed.