ଚୋରା ଚାଲାଣ ବେଳେ ୨୫ କଇଁଛ ଜବତ, ୨ ଗିରଫ

ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବେଳେ ଜବତ ହୋଇଛି ୨୫ଟି କଇଁଛ । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଲକାନଗିରି ଜିଲ୍ଲା ମୋଟୁ ବନଖଣ୍ଡ ଅନ୍ତର୍ଗତ ଏମପିଭି ୮୧ ଗାଁରେ କଇଁଚ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲା ବନ ବିଭାଗ ।

ପରେ MV-୭୯ର ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏମପିଭି ୮୧ ଗାଁର ପ୍ରକାଶ ତରଫଦାର ଓ ଅଭିଜିତ ବାଲା ନାମକ ଦୁଇ ଜଣ ବ୍ୟକ୍ତି ଏକ ମୋଟର ସାଇକେଲରେ ନିଜ ଗ୍ରାମକୁ ଆସୁଥିବା ବେଳେ ଉଭୟଙ୍କୁ ଅଟକାଯାଇଥିଲା । ସେମାନଙ୍କଠାରୁ ୨୫ଟି କଇଁଛ ଜବତ କରାଯାଇଥିଲା ।
ଆନ୍ଧ୍ରପ୍ରଦେଶରୁ ଏମାନେ କଇଁଛ କିଣି ମାଲକାନଗିରିକୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଅଣାଯାଇଥିବା ଜଣାପଡିଛି । ଜବତ କଇଁଛଗୁଡିକୁ ସତୀଗୁଡା ଜଳଭଣ୍ଡାରର ଛଡାଯାଇଛି ।

Comments are closed.