ବିଜେଡିର ଐତିହାସିକ ସଫଳତା, ପ୍ରଥମ ଥର ପାଇଁ ସବୁ ୩୦ ଜିଲ୍ଲାରେ ହାତେଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଐତିହାସିକ ସଫଳତା ପରେ ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ଶାସକ ବିଜେଡି । ଆଉ ଆଜି ହୋଇଥିବା ସମସ୍ତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମଧ୍ୟ ଅକ୍ତିଆର କରିଛି ବିଜେଡି । ସବୁ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦବୀ ଜିତି ନୂଆ ଇତିହାସ ସୃଷ୍ଟି କରିଛି ବିଜେଡି । ପ୍ରଥମ ଥର ପାଇଁ ସବୁ ୩୦ଟି ଜିଲ୍ଲା ପରିଷଦରେ ଅଧ୍ୟକ୍ଷ ପଦବୀ ଜିତିଛି ବିଜେଡି । ଏଥର ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଆସନ ମଧୟରୁ ୭୬୬ ଜିଲ୍ଲା ପରିଷଦ ଆସନ ଜିତି ରେକର୍ଡ ସଫଳତା ହାସଲ କରିଛି ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି । ଗତକାଲି ହୋଇଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ୩୧୪ରୁ ୨୭୮ ବ୍ଲକରେ ବାଜିମାତ୍ କରିଛି । ବିରୋଧୀ ବିଜେପି ଓ କଂଗ୍ରେସକୁ କୌଣସି ସୁଯୋଗ ଦେଇନାହିଁ ବିଜେଡି ।

ଏବେ ଆସନ୍ତୁ ନଜର ପକାଇବା କିଏ କେଉଁଠୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସବୁ ବିଜୟୀ ପ୍ରାର୍ଥୀ ବିଜେଡିର ।

ଜିଲ୍ଲା ପରିଷଦ: ଅଧ୍ୟକ୍ଷ/ଅଧ୍ୟକ୍ଷା

ସୁନ୍ଦରଗଡ – କୁନ୍ତି ପ୍ରଧାନ
କନ୍ଧମାଳ – ନନ୍ଦିନୀ ମଳିକ
ରାୟଗଡା – ସରସ୍ୱତୀ ମାଝି
ବାଲେଶ୍ୱର- ନାରାୟଣ ପ୍ରଧାନ
ଯାଜପୁର -ନଳିନୀପ୍ରଭା ଜେନା
ମାଲକାନଗିରି – ସମାରି ତାଙ୍ଗୁଲୁ
ଖୋର୍ଦ୍ଧା – ରୂପଶ୍ରୀରାଣୀ ଗୁମାନସିଂହ
ସମ୍ବଲପୁର- କୁମୁଦିନୀ ନାୟକ
ଗଜପତି- ତିରୁପତି ରାଓ
କେନ୍ଦୁଝର – ସାଗରିକା ସାହୁ
ପୁରୀ – ସ୍ୱପ୍ନାରାଣୀ ସ୍ୱାଇଁ
ବଲାଙ୍ଗୀର – ଦେବକୀ ସାହୁ
ଢେଙ୍କାନାଳ – ଅର୍ଚ୍ଚନା ପୁହାଣ
ବରଗଡ- ମାନିନୀ ଭୋଇ
କଳାହାଣ୍ଡି- ପୁଷ୍ପେନ୍ଦୁ ସିଂହଦେଓ
ଦେବଗଡରୁ – କୌଶିକ କୁମାର ପ୍ରଧାନ
ମୟୂରଭଞ୍ଜ- ଭାରତୀ ହାଂସଦା
ସୁବର୍ଣ୍ଣପୁର- ସୁପାର ଠେଲା
ନୂଆପଡା –ଡଲି ମାଝି
ଜଗତସିଂହପୁର – ମନୋଜ ଭୋଇ
କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ
କୋରାପୁଟ – ସସ୍ମିତା ମେଲେକ
କଟକ- କିଶୋର ଚନ୍ଦ୍ର ମିଶ୍ର
ଗଞ୍ଜାମ – ଅଞ୍ଜଳି ସ୍ୱାଇଁ
ଅନୁଗୁଳ- ବବିତା ପ୍ରଧାନ
ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ
ନବରଙ୍ଗପୁର – ମୋତିରାମ ନାୟକ
ଭଦ୍ରକ – ପ୍ରଫୁଲ୍ଲ ଜେନା
ନୟାଗଡ଼ – ଦେବାଶିଷ ପଟ୍ଟନାୟକ

Comments are closed.