ହରିୟାଣା ପରେ ଗୁଜୁରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ଟ୍ୟାକ୍ସ ଫ୍ରି ହେଲା ‘କାଶ୍ମୀର ଫାଇଲ୍ସ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ ରେ ରିଲିଜ ହୋଇଛି । ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ଭଲ କଲେକ୍ସନ କରୁଛି । ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଛି | ‘କାଶ୍ମୀର ଫାଇଲ୍ସ’କୁ ଏବେ ବିଭିନ୍ନ ରାଜ୍ୟରେ ଟିକସ ଛାଡ଼ କରାଯାଇଛି। ହରିୟାଣା ସରକାର ‘କାଶ୍ମୀର ଫାଇଲ୍ସ’ ଉପରେ ଟ୍ୟାକ୍ସ ଫ୍ରି ଘୋଷଣା ସାରିଛନ୍ତି । ଏବେ ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି ଫିଲ୍ମ ଉପରେ ଟିକସ ଛାଡ଼ କରିବେ ବୋଲି ଘୋଷଣା କରିଛନ୍ତି।

ଗୁଜୁରାଟରେ ‘କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ପୂର୍ବରୁ ହରିୟାଣା ସରକାର ଏହି ଫିଲ୍ମକୁ ୬ ମାସ ପାଇଁ ଟ୍ୟାକ୍ସ ଫ୍ରି କରିସାରିଛନ୍ତି।

‘କାଶ୍ମୀର ଫାଇଲ୍ସ’ ରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାଛଡ଼ା ଏହି ଫିଲ୍ମରେ ପଲ୍ଲବୀ ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମାଣ୍ଡଲେକର, ପୁନୀତ ଇସର, ଭାସା ସୁମ୍ବଲି ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶା ଉପରେ ଆଧାରିତ ‘କାଶ୍ମୀର ଫାଇଲ୍ସ’ରେ ଅନୁପମ ଖେରଙ୍କ ଅଭିନୟ ଉଚ୍ଚ ପ୍ରଶଂସିତ ହୋଇଛି ।

Comments are closed.