ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି

ଭୁବନେଶ୍ୱର – ଦଳ ବିରୋଧୀ କାର୍ଯ୍ୟକଳାପ ପଡିଲା ମହଙ୍ଗା ।
ବିଜେଡିରୁ ନିଲମ୍ବିତ ହେଲେ ରବୀନ୍ଦ୍ର କୁମାର ଦାସ । କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ଥିବା ରବୀନ୍ଦ୍ର କୁମାର ଦାସଙ୍କୁ ଆଜି ଦଳ ନିଲମ୍ବିତ କରିଛି । ରବୀନ୍ଦ୍ର ଦୀର୍ଘ ଦିନ ହେବ କେନ୍ଦୁଝର ଜିଲ୍ଲାରେ ସଂଗଠନ ଦାୟିତ୍ଵରେ ଥିଲେ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ସୂଚନା ଦେଇଛି ।

ରବୀନ୍ଦ୍ର ଗତ କିଛିଦିନ ହେବ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପ୍ରମାଣିତ ହେବା ପରେ ରବୀନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.