ଆସନ୍ତା ୨୨ରୁ ୨୬ ଯାଏ ରାଜ୍ୟରେ ମଦ ବିକ୍ରି ନିଷେଧ

ଭୁବନେଶ୍ୱର- ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ପଦକ୍ଷେପ । ମାର୍ଚ୍ଚ ୨୨ରୁ ୨୬ ତାରିଖ ଯାଏଁ ମଦ ବିକ୍ରି ନିଷିଦ୍ଧ କରାଯାଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଅବକାରୀ କମିସନର ଚିଠି ଲେଖିଛନ୍ତି। ମଦ ଦୋକାନ, ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ରେ ମଦ୍ୟପାନ ବି ନିଷେଧ କରାଯିବ ।

ସ୍ବତନ୍ତ୍ର ଅନୁମତି ଥିଲେ ବି ତାରକା ହୋଟେଲ ଓ କ୍ଲବ୍‌ରେ ମଦ୍ୟପାନ ବାରଣ କରାଯାଇଛି ।

Comments are closed.