ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ପରଖିଲେ ୫ ଜଣିଆ ଟିମ

ରାଉରକେଲା- ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ ଟି ସଚିବ ଭି.କେ.ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ଇଡ଼କୋ ସଚିବ ଭୂପେନ୍ଦ୍ର ସିଂ ପୁନିଆ ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଚାଲିଥିବା କାମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅଭ୍ୟାସ ପଡ଼ିଆ କାମର ସ୍ଥିତି ପରଖିଥିଲେ।

ରାଉରକେଲାରେ ୧୧୪ କୋଟି ଟଙ୍କା ବ୍ୟୟରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ନିର୍ମାଣ ହେଉଛି । ୨୦୨୩ରେ ଏହି ଷ୍ଟାଡିୟମରେ ବିଶ୍ୱକପ୍ ପୁରୁଷ ହକି ମ୍ୟାଚ ଅନୁଷ୍ଠିତ ହେବ। ଷ୍ଟାଡିୟମ ପ୍ରାୟ ୧୬ ଏକର ଜମିରେ ନିର୍ମାଣ ହେଉଛି।

Comments are closed.